Three chariots of Ratha Yatra Puri

ତିନି ରଥର ବିଶେଷତା - ରଥଯାତ୍ରା ପୁରୀ

Ratha Yatra 2016
1

Three Chariots of Ratha Yatra Puri

Ratha Yatra 2016

Nandighosha

The chariot of Lord Jagannath is named as Nandighosha or Garudadhwaja or Kapiladhwaja. The Lord is accompanied by Madanmohan.

Number of wheels: 16
Total Number of wooden pieces used: 832
Height: 44' 2"
Length and breadth: 34'6" x 34'6"
Wrappings: Red, Yellow colour cloths
Guarded by: Garuda
Name of the charioteer: Daruka
The flag: Trailokyamohini
The horses: Shankha, Balahaka, Suweta, Haridashwa
The rope: Sankhachuda Naguni
Presiding Nine Deities: (i) Varaha
                        (ii) Gobardhan
                        (iii) Krishna, Gopi Krishna
                        (iv) Nursingha
                        (v) Rama
                        (vi) Narayan
                        (Vii) Trivikrama
                        (viii) Hanuman
                        (ix) Rudra

Taladhwaja

The Chariot of Balabhadra named as Taladhwaja or Langaladhwaja. The Lord is accompanied by Ramakrishna.

Number of wheels: 14
Total Number of wooden pieces used: 763
Height: 43' 3"
Length and breadth: 33' x 33'
Wrappings: Red, Bluish green colour cloths
Guarded by: Basudev
Name of the charioteer: Matali
The flag: Unnani
The horses: Tribra, Ghora, Dirghasharma, Swornanava
The rope: Basuki Naga
Presiding Nine Deities: (i) Ganesh
                        (ii) Kartikeya
                        (iii) Sarvamangala
                        (iv) Pralambari
                        (v) Hatayudha
                        (vi) Mrutyunjaya
                        (vii) Natamvara
                        (viii) Mukteswar
                        (ix) Sheshadeva

Darpadalana

The chariot of Subhadra named as Darpadalana or Devadalana or Padmadhwaja. The Goddess is accompanied by Sudarshana.

Number of wheels: 12
Total Number of wooden pieces used: 593
Height: 42' 3"
Length and breadth: 31'6" x 31'6"
Wrappings: Red, Black colour cloths
Guarded by: Jayadurga
Name of the charioteer: Arjuna
The flag: Nadambika
The horses: Rochika, Mochika, Jita, Aparajita
The rope: Swarnachuda Naguni
Presiding Nine Deities: (i) Chandi
                        (ii) Chamunda
                        (iii) Ugratara
                        (iv) Vanadurga
                        (v) Shulidurga
                        (vi) Varahi
                        (vii) Shyamakali
                        (viii) Mangala
                        (ix) Vimala

ତିନି ରଥ(Odia Version)

ନନ୍ଦିଘୋଷ

‘ନନ୍ଦିଘୋଷ’ ବା ‘ଗରୁଡ଼ଧ୍ଵଜ’ ବା ‘କପିଳଧ୍ଵଜ’ ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି ।

  • ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ ।
  • ଏହି ରଥରେ ୧୬ ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ଵସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ।
  • ସାରଥି: ମାତଳୀ ।
  • ରଥର ଦଉଡ଼ି: ଶଙ୍ଖଚୂଡ଼ ।
  • ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ଵେତ ଓ ହରିଦ୍ଵାଶ) ସ୍ଥାପନ କରାଯାଏ ।
  • ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ ।
  • ଧ୍ଵଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ ।
  • ନାଲି ଓ ହଳଦିଆ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
  • ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

ତାଳଧ୍ଵଜ

‘ତାଳଧ୍ଵଜ’ ବା ‘ଲଙ୍ଗଳ ଧ୍ଵଜ’ ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି।

  • ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ ।
  • ଏହି ରଥରେ ୧୪ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ।
  • ଦଧିନଉତି: ହିରଣ୍ମୟୀ
  • ସାରଥି: ଦାରୁକ ।
  • ରଥର ଦଉଡ଼ି: ବାସୁକୀ ।
  • ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ) ସ୍ଥାପନ କରାଯାଏ ।
  • ଧ୍ବଜପମୂର୍ତ୍ତି: ଲକ୍ଷ୍ମୀନୃସିଂହ ।
  • ନାଲି ଓ ସବୁଜ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
  • ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ଵର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ଵବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

ଦର୍ପଦଳନ

‘ଦର୍ପଦଳନ’ ବା ‘ପଦ୍ମଧ୍ଵଜ’ ବା ‘ଦେବଦଳନ’ ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି ।

  • ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ ।
  • ଏହି ରଥରେ ୧୨ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ।
  • ସାରଥି: ଅର୍ଜୁନ ।
  • ରଥର ଦଉଡ଼ି: ସ୍ଵର୍ଣ୍ଣଚୂଡ଼ ।
  • ଧ୍ଵଜପମୂର୍ତ୍ତି: ଜୟଦୁର୍ଗା ।
  • ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ ।
  • ନାଲି ଓ କଳା ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
  • ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

ଶ୍ରୀଜଗନ୍ନାଥଙ୍କ ରଥର ୧୬ ଚକ ଷୋଳକଳାର, ବଳଭଦ୍ରଙ୍କର ୧୪ ଚକ ଚତୁର୍ଦ୍ଦଶ ମନ୍ୱନ୍ତରର ଓ ସୁଭଦ୍ରାଙ୍କ ୧୨ ଚକ ବାରମାସର ଦୃଷ୍ଟି ଆକର୍ଷଣ କରିଥାଏ । ତିନି ରଥର ଦଧିନଉତି : ହିରଣ୍ୟଗର୍ଭ, ହିରଣ୍ମୟୀ, ଭୁବନକୋଷ । ଏହି ତିନି ଦଧିନଉତି ଉପରେ ମୋଟ ୯ଟି ପିତଳ କଳସ (ନଭ, ଆକାଶ, ବ୍ୟୋମ, ପରା, ଅପରା, ବୈଖାରୀ, ଚନ୍ଦ୍ର, ସୂର୍ଯ୍ୟ, ବିଦ୍ୟୁତ) ସ୍ଥାପନ କରାଯାଏ ।

1

Leave a Reply

Your email address will not be published. Required fields are marked *